ମାଟ୍ରିକ ପରୀକ୍ଷା ଡ୍ରପଆଉଟ ପିଲାମାନେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର – ଫର୍ମ ପୂରଣ କରି ବି ପରୀକ୍ଷା ଦେଇ ନଥିବା ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ମାଟ୍ରିକ ଡ୍ରପଆଉଟଙ୍କ ପାଇଁ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯିବ । ବିଧାନସଭାରେ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ୨୦୨୧-୨୨ରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିରୁ ୪୫ ହଜାର ୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ। ୨୦୨୨-୨୦୨୩ ବର୍ଷରେ ୫ ଲକ୍ଷ ୩୨ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିରୁ ୧୩ ହଜାର ୫୮ ଜଣ ପିଲା ପରୀକ୍ଷା ଦେଇନାହାନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି। କୋରୋନା ପରେ ୪୫ ହଜାରରୁ ଅଧିକ ପିଲା ମାଟ୍ରିକ୍‌ ପରୀକ୍ଷା ଦେଇନଥିଲେ। ସେତେବେଳେ ଆମେ ଘରକୁ ଘର ଯିବୁ ବୋଲି କହିଥିଲୁ। ସେହି ହିସାବରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଘରକୁ ଘର ଯାଇଛି। ଏଥିଯୋଗୁଁ ଏଥର ବହୁ କମ୍‌ ପିଲା ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଗତବର୍ଷ ୪୫ ହଜାରରୁ ଅଧିକ ପିଲା ଡ୍ରପ୍‌ଆଉଟ୍‌ ହୋଇଥିବା ବେଳେ ଏଥର ୧୩ ହଜାର ପିଲା ପରୀକ୍ଷା ଦେଉନାହାନ୍ତି। ସେମାନେ କାହିଁକି ପରୀକ୍ଷା ଦେଉନାହାନ୍ତି, ତାହା ଉପରେ ତର୍ଜମା କରାଯିବ ବୋଲି ସେ କହିଛନ୍ତି। ଏଥର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରାଯିବ । ସେହି ପିଲାମାନେ କିପରି ସପ୍ଲିମେଣ୍ଟରୀ ପରୀକ୍ଷା ଦେବେ ସେଥିପାଇଁ ପ୍ରବର୍ତ୍ତାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୦ରୁ ଅଧିକ ସରକାରୀ ଆଇଟିଆଇ ସ୍କୁଲ ରହିଛି। ଏହାଛଡ଼ା ୧୫୦ରୁ ଅଧିକ ବେରକାରୀ ଆଇଟିଆଇ ସ୍କୁଲ ରହିଛି। ମାଟ୍ରିକ୍‌ ପାସ କରିବା ପରେ ଅନେକ ପିଲା ଆଇଟିଆଇ, ଟେକ୍ନିକାଲ୍‌ ଶିକ୍ଷା ଗ୍ରହଣ କରୁଛନ୍ତି। ମାଟ୍ରିକ୍‌ ପରେ ସବୁ ପିଲା ଯୁକ୍ତ ଦୁଇରେ ନାମ ଲେଖାଇବେ, ତାହା କହିବା ଠିକ୍‌ ହେବନି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.