କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ବିହାରର ଠକ

ଭୁବନେଶ୍ୱର – କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ହାତରେ ପୁଣି ଜଣେ ବଡ଼ ଠକ ଧରାପଡିଛି । ବିହାର କେଶଦେଓରା ଗ୍ରାମରୁ ଠକ ଅମିତ ସିଂହକୁ ଗିରଫ କରିଛି ଇଓଡବ୍ଲୁ। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ଓ୍ବେବସାଇଟ ଖୋଲି ୧୭ ରାଜ୍ୟର ୩୫ ଲକ୍ଷ ପିଲାଙ୍କୁ ଠକିଛି ଅମିତ । ଜାଲ୍ ଓ୍ବେବ୍‌ସାଇଟ ଖୋଲି ଚାକିରି ଦେବାକୁ କହି ଅମିତ ଠକି ଚାଲିଥିଲା । ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଅମିତର ଥିଲା ମୁଖ୍ୟ ଅଫିସ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହାର ସମସ୍ତ ଓ୍ବେବସାଇଟକୁ ପରିଚାଳନା କରୁଥିଲା ଅମିତ । ଅମିତ ଜଣେ ଆଇଟି ପ୍ରଫେସନାଲ ବୋଲି ସୂଚନା ମିଳିଛି।

Comments are closed.