ମିଳିତ ଅମଳା ମଞ୍ଚର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ | News Room Odisha

ମିଳିତ ଅମଳା ମଞ୍ଚର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ବରଗଡ଼: ବରଗଡ଼ ମିଳିତ ଅମଳା ମଞ୍ଚର ଏକ ବୈଠକ ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କମଳା ମଞ୍ଚର ସଭ୍ୟ ଲୋକେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଦୁଇ ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ୪୨୦୦ ଗ୍ରେଡ-ପେ ଦାବି କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉକ୍ତ ଦାବି ପୂରଣ ନହେଲେ ଜିଲ୍ଲା ସ୍ତରୀୟ ମିଳିତ ଅମଳା ମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟ ଦାବିଟି ହେଲା ଶିକ୍ଷା ଗତ ଯୋଗ୍ୟତା ଭିତ୍ତିକ ଦରମା ନିର୍ଦ୍ଧାରଣ। ସଭାକୁ ବରଗଡ଼ ଜିଲ୍ଲା କମଳା ସଂଘ ର ସମ୍ପାଦକ ଜ୍ଞାନ ପ୍ରକାଶ ସାହୁ ପରିଚାଳନା କରିଥିଲେ।

ଏହି ଅବସରରେ ବିଭିନ୍ନ ବିଭାଗ ଅମଳା ସଂଘ ର କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ସ୍ତରୀୟ ମିଳିତ ଅମଳା ମଞ୍ଚ ଗଠନ କରାଯାଇଥିଲା। ଓଡ଼ିଶା ଅମଳା ସଂଘ ର ସଭାପତି ରମେଶ ଚନ୍ଦ୍ର ମେହେର, ଟ୍ରେଜେରୀ ସଂଘ ରାଜେନ୍ଦ୍ର କୁମାର ମେହେର, ଶିବଶଙ୍କର ଦୋରା, ନରେଶ କୁମାର ମେହେର,ଫାଲଗୁନୀ ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗର ଅମଳା ସଂଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।