ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ନୂଆପଡ଼ା: ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା । ମହାବଳ ବାଘ । ସୁନାବେଡ଼ା ଅଭୟାରଣ୍ୟ ଅଧନ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣି ନେଇଛି । ବୃଦ୍ଧା ଜଣଙ୍କ ହେଉଛନ୍ତି ସାନମତି ବାରିକ ( ୬୫ ବର୍ଷ ) । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି । ଖବର ଲେଖାଯିବା ସୁଦ୍ଧା ବୃଦ୍ଧାଙ୍କର କୌଣସି ଖୋଜ ଖବର ମିଳିନଥିବା ବେଳେ ବାଘର ପାଦଚିହ୍ନ ଚିହ୍ନଟ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି ।

Comments are closed.