ଓଡ଼ିଶାରେ ମମତା ବାନାର୍ଜୀ, ୨୩ରେ ମୁଖ୍ୟମନ୍ତ୍ରୀଙ୍କ ସହ ସୈ।ଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ମମତା । ଏହା ପରେ ସିଧା ପୁରୀ ଯାଇଛନ୍ତି । ଆଜି ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବେ । ପୁରୀରେ ଆସନ୍ତାକାଲି ଅପରାହ୍ନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ । ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ପୁରୀରେ ହଁ ରହିବେ ମମତା । ୨୩ ତାରିଖରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ ।

Comments are closed.