ଜିଲ୍ଲା ସ୍ତରୀୟ ବିଶ୍ଵ ବନ ମହୋତ୍ସବ, କୁମ୍ଭାରୀ ହାଇସ୍କୁଲ ଶ୍ରେଷ୍ଠ ବନିକରଣ ଭାବେ ସମ୍ମାନିତ

ବରଗଡ଼ : ବରଗଡ଼ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳନ କରାଯାଇଛି । ବନ ଦିବସ ଉତ୍ସବ ସଭାପତି ରାଜେନ୍ଦ୍ର ଗୋଚ୍ଛାୟତଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଜିଲ୍ଲା କ୍ରୁଷିବିଭାଗ ଅଧିକାରୀ ରବିନାରାୟଣ ସେନାପତୀ ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଭଟଲି ସହକାରୀ ଉଦ୍ୟାନ ଅଧିକାରୀ ରାଜେଶ କୁମାର ଦଲେଇ ଯୋଗଦେଇ ବନିକରଣ, ବନସୁରକ୍ଷା, ତଥା ବିଭାଗୀୟ ସହାୟତା ସମ୍ବନ୍ଧିତ ବିଷୟ ଉପରେ ଅବଲୋକନ କରିଥିଲେ।

ଏହି ଅବସରରେ ସୋହେଲା ପଞ୍ଚାୟତ ଓ ଭଟଲି ବ୍ଳକ ବେଲବାହାଲି ଗ୍ରାମକୁ ସୁରକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା । ବରପାଲି ବ୍ଳକ କୁମ୍ଭାରୀ ଉଚ୍ଚ ବିଦ୍ଯାଳୟକୁ ଶ୍ରେଷ୍ଠ ବନିକରଣ ଭାବେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କୁମ୍ଭାରୀ ହାଇସ୍କୁଲରୁ ପ୍ରତିନିଧିତ୍ୱ କରିଥିବା ପ୍ରକୃତିବନ୍ଧୁ ଶିକ୍ଷକ ମିଶ୍ର ବାରିକ ଓ କ୍ରୀଡ଼ାଶିକ୍ଷକ ରାଜେଶ କୁମାର ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ । ସଭା କାର୍ଯ୍ୟକୁ ଜିଲ୍ଲା ରେଞ୍ଜ ଅଧିକାରୀ ଆଲୋକ କୁମାର ଷଢଙ୍ଗୀ ପରିଚାଳନା ସହ ଧନ୍ଯବାଦ ଅର୍ପଣ କରିଥିଲେ।

Comments are closed.