ବ୍ରହ୍ମପୁର ଯୋଗିଆପଲ୍ଲୀରେ ବୋମାମାଡରେ ତିନି ଗୁରୁତର

ବ୍ରହ୍ମପୁର – ବ୍ରହ୍ମପୁର ନିମଖଣ୍ଡି ଥାନା ନୂଆ ଯୋଗିଆପଲ୍ଲୀ ଗାଁରେ ବୋମା ମାଡ଼ରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଯୋଗିଆପଲି ଗାଁର କାର୍ତ୍ତିକ ପାତ୍ର, କାଳିଆ ପାତ୍ର ଓ ଏମ. ମହେଶ ଦୋରା।

ମିଳିଥିବା ସୂଚନା ଅନୁସାର କାର୍ତ୍ତିକ ନାମକ ଜଣେ ଟ୍ରକ୍ ମାଲିକ ଗାଁ ଛକରେ ମଜୁରୀଆମାନଙ୍କୁ ପାରିଶ୍ରମିକ ଦେଇ ସେ ଘରକୁ ଯିବା ପାଇଁ ବାହାରୁଥିବା ବେଳେ ପଛପଟୁ କାଳିଆ ପାତ୍ର ଓ ଏମ ମହେଶ ଦୋରା ନାମକ ଦୁଇ ଯୁବକ ଏକ ବାଇକରେ ଆସିଥିଲେ। କାଳିଆ କାର୍ତ୍ତିକଙ୍କୁ ବୋମା ଫିଙ୍ଗିବା ବେଳେ
ତା’ ହାତରେ ବୋମାଟି ଫୁଟି ଯାଇଥିଲା । ବୋମା ମାଡ଼ରେ କାର୍ତ୍ତିକଙ୍କ ପିଠିରେ କ୍ଷତ ହେବା ସହ ତାହା ଛିଟିକି ଯାଇ କାଳିଆର ବାଇକ୍ ପଛରେ ବସିଥିବା ମହେଶଙ୍କ ମୁହଁରେ ମାଡ଼ ହୋଇଥିଲା। କାଳିଆର ହାତ ଛିଡ଼ି ଯାଇଥିବା ବେଳେ ମହେଶର ଗୋଟିଏ ପାଖ ଗାଲ ଛିଡ଼ି ଯାଇଛି। କାର୍ତ୍ତିକ, କାଳିଆ ଓ ମହେଶଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ କାର୍ତ୍ତିକଙ୍କୁ କାଳିଆ ଓ ମହେଶ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି।

Comments are closed.