୨୬ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର – ଆସନ୍ତା ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଓ ଛତ୍ରପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ ମିଶନ୍ତ ଶକ୍ତି ଗୋଷ୍ଠୀଙ୍କୁ ସହାୟତା ରାଶି ବାବଦ ଚେକ୍‌‌ ପ୍ରଦାନ କରିବେ। ସୂଚନା ଅନୁସାରେ, ରବିବାର ସକାଳ ୧୦.୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟା ସମୟରେ କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସଭାସ୍ଥଳରେ ଅବତରଣ କରିବେ ।

କବିସୂର୍ଯ୍ୟ ନଗରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଚେକ୍‌‌ ଏବଂ ଭୂମିହୀନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କର ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ, ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବା ସହ ମିଶନ୍‌‌ ଶକ୍ତି ଫାର୍ମ ଫ୍ରେସ୍ ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ କରିବେ। ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଯାଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ କରିବେ। ଏଥିସହ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିବେ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବେ।

Comments are closed.