” ଜି.ଏମ୍.ୟୁରେ ବିଶ୍ଵ କବିତା ଦିବସ ପାଳିତ “

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରଶାସନିକ ସୈାଧ ସମ୍ମୁଖ ଘାସ ଗାଲିଚା ଉପରେ ଓଡ଼ିଆ ବିଭାଗମୁଖ୍ୟ ଡକ୍‌ଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ “ବିଶ୍ଵ କବିତା ଦିବସ” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଏନ୍.ନାଗାରାଜୁ, କୁଳସଚିବ ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ, ଉପକୁଳସଚିବ ଡକ୍‌ଟର ଉମାଚରଣ ପତି ଓ ରିସର୍ଚ୍ଚ ଡିନ୍ ପ୍ରଫେସର ଜ୍ଞାନ ରଞ୍ଜନ ସ୍ୱାଇଁ ଅତିଥି ଭାବେ ଯୋଗଦେଇ କବିତା ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ବିଭାଗର ଗବେଷିକା ଅନନ୍ୟା ବେହେରା କବିତା ପାଠର ସଂଯୋଜନା କରିଥିଲେ। କୁଳସଚିବ, ବାଣିଜ୍ୟ ବିଭାଗମୁଖ୍ୟ ଡ. ପ୍ରିୟବ୍ରତ ପଣ୍ଡା, ଓଡ଼ିଆ ବିଭାଗମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ବେହେରା, ଗବେଷିକା ହୀରାବତି ବିଶ୍ଵାଲ, ବବୁନ ଦଣ୍ଡସେନା, ତୃଷ୍ଣା ଦାଶ, ସୈାମ୍ୟରଞ୍ଜନ ମେଣ୍ଡିଲି, ଆୟୁଷ ବଢ଼ାଇ, ଲୋଚନ ମେହେର, କ୍ଷୀରୋଦ କୁମାର ପ୍ରଧାନ, ଆଦି କବିତା ପାଠ କରିଥିଲେ। ଶେଷରେ ହୀରାବତି ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.