ନିକୁଞ୍ଜ ବିହାରୀ ଧଳ ରାଜ୍ୟର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ, ସୁଶୀଲ ଲୋହାନୀ ପଞ୍ଚାୟତିରାଜ ବିଭାଗ ସଚିବ  | News Room Odisha

ନିକୁଞ୍ଜ ବିହାରୀ ଧଳ ରାଜ୍ୟର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ, ସୁଶୀଲ ଲୋହାନୀ ପଞ୍ଚାୟତିରାଜ ବିଭାଗ ସଚିବ 

ଭୁବନେଶ୍ୱର – ସଚିବସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ନିକୁଞ୍ଜବିହାରୀ ଦଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୩ ବ୍ୟାଚ୍ ଆଇଏଏସ ଅଧିକାରୀ ନିକୁଞ୍ଜବିହାରୀ ଧଳଙ୍କୁ ସୁଶୀଲ କୁମାର ଲୋହାନୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।

ସୁଶୀଲ କୁମାର ଲୋହାନୀ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଲୋହାନୀ । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ମଧ୍ୟଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଏସିଏସ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଜ୍ଞାନରଞ୍ଜନ ଦାସଙ୍କୁ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି । ସଞ୍ଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସଞ୍ଜୟ ବର୍ତ୍ତମାନ ସୂଚନା ଓଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଅଛନ୍ତି ।