ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ

କଟକ- ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହେବ । । ‘ୱାନ୍ ବାର୍, ୱାନ ଭୋଟ’ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ କରାଯାଉଛି । ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍‌ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ। ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୩ଟା ଯାଏଁ ଚାଲିବ।

ହାଇକୋର୍ଟ ବାର୍‌ ଆସୋସିଏସନର ମୋଟ ୧୫ ଟି ପଦବୀ ପାଇଁ ଆଜି ନିର୍ବାଚନ ହେଉଛି । ହାଇକୋର୍ଟ ବାର୍‌ ଆସୋସିଏସନର ୪, ୨୯୭ ସଦସ୍ୟ ଭୋଟ୍ ଦେବେ ।

ଭୋଟ ଗ୍ରହଣ ଶେଷ ହେବାର ଘଣ୍ଟାଏ ପରେ ଗଣତି ଆରମ୍ଭ ହେବ।

Comments are closed.