ଖୋର୍ଦ୍ଧା ଜିଲ୍ଲା ପାଇଁ ଅଶୋକାଷ୍ଟମୀ ଛୁଟି ଘୋଷଣା 

ଭୁବନେଶ୍ୱର – ଆସନ୍ତା ବୁଧବାର ଅଶୋକାଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲା ପାଇଁ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ରାଞ୍ଚଳ ଆର୍‌ଡିସି ବୁଧବାର ଦିନ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି। ଅଶୋକାଷ୍ଟମୀ ଦିନ ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ ।

ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯିବେ। ଦୁଇ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ୨୯ ତାରିଖ ସକାଳ ୫ଟାରେ ମଙ୍ଗଳ ଆଳତି କରାଯିବ। ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବ। ତା’ପରେ ମହାପ୍ରଭୁଙ୍କ ରଥଟଣା ହେବ ।

Comments are closed.