ଚୋରାଚାଲାଣ ହେବାକୁ ଥିବା ୭୬୨ କିଲୋ ଗଞ୍ଜେଇ ଜବତ

କୋରାପୁଟ- କୋରାପୁଟ ଜିଲ୍ଲାରେ ପୁଣି ଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ
ପୋଲିସ ଦ୍ୱାରା ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜେଇ ସବୁ ଆନ୍ଧ୍ରକୁ ଚୋରାଚାଲାଣ ପାଇଁ ରଖାଯାଇଥିଲା।

ଚୋରାଚାଲାଣ ପୂର୍ବରୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ତେବେ, ସଂପୃକ୍ତ ଘର ମାଲିକ ଫେରାର ହୋଇଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ।

Comments are closed.