ଆଜିଠୁ ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ୫-ଟି ସଚିବ

ଭୁବନେଶ୍ୱର – ମାଲକାନଗିରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବ ଆଜିଠୁ ଦୁଇଦିନିଆ ମାଲକାନଗିରି ଗସ୍ତରେ ଯାଉଛନ୍ତି ।ଦିନ ୨ଟା ୫୦ ମିନିଟରେ ମାଥିଲିରେ ପହଞ୍ଚିଲା ପରେ ସେଠାରୁ ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ୫-ଟି ସଚିବ । ସପ୍ତଧାରା ଜଳସେଚନ ପ୍ରକଳ୍ପ ଏବଂ ଅଧାରେ ଅଟକିଥିବା ମାଲକାନଗିରି ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ ।

ପରେ ସୀତାକୁଣ୍ଡ ଯାଇ ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ ପାଣ୍ଡିଆନ ।ଏଥିସହ ସେ ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ ୫-ଟି ସଚିବ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ଏକ ସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟ ୫-ଟି ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବେ ।

Comments are closed.