କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଟେନିସ ସେଣ୍ଟର ପ୍ରସ୍ତୁତ, କାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର – ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ କୋର୍ଟ ଯୋଡିହେବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଥିବା ଏକ ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ନୂଆ ଟେନିସ କୋର୍ଟରେ ଆସନ୍ତାମାସ ୪ ତାରିଖରୁ ଆଇଟିଏଫ ଏସିଆନ ଜୁନିୟର ଟେନିସ ଚାମ୍ପିଅନସିପ୍ ଖେଳାଯିବ ବୋଲି କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ଏହି ଟେନିସ ସେଣ୍ଟରରେ ଖେଳାଳି ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି । ଓଡିଶା ଟେନିସ ଆସୋସିଏସନର ଏକାଡେମୀ ନୂଆ ସେଣ୍ଟରରୁ ପରିଚାଳିତ ହେବ ।

Comments are closed.