ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଆଖିବୁଜା ଗୁଳିମାଡ଼, ଦୁଇ ଆହତ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଖଜୁରିପଡ଼ା ସେକ୍ସନର ଖଲିଆପାଲି ଛକ ଠାରେ ବନ ବିଭାଗର ପାଟ୍ରୋଲିଂ ଗାଡି (ଓଡ଼ି-୨୭-ଏ-୨୩୭୭)ଉପରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ । ଏହି ଘଟଣାଟି ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଘଟିଛି । ଏଥିରେ ୨ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ନୀଳାଚଳ ପଧାନ ଓ ଲବକୁମାର ସାହୁ । ଜଣଙ୍କ ହାତରେ ଓ ଅନ୍ୟଜଣଙ୍କର ପିଠିରେ ଗୁଳି ବାଜିଥିବା ସୂଚନା ମିଳିଛି ।

ଉଭୟ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ବୌଦ୍ଧ ଡିଏଫଓ ଦେଵପ୍ରିୟ କମ୍ପ ଚିକିତ୍ସାଳୟ ପହଂଚି ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.