୧୧୨୦ ବୋତଲ କଫସିରପ ସହ ପିକଅପ୍ ଜବତ, ୫ଗିରଫ

ବଲାଙ୍ଗିର : ବିପୁଳ ପରିମାଣର କଫସିରପ ଭର୍ତ୍ତି ଥିବା ଏକ ପିକଅପକୁ ବଲାଙ୍ଗିର ପୁଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ।

ସୂଚନା ମତେ ଭୁବନେଶ୍ବରରୁ ଏକ ପିକଅପ୍ ଯୋଗେ ବିପୁଳ ପରିମାଣରେ କଫସିରପ୍ ବଲାଙ୍ଗିର ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରିଥିଲା । ସଦର ଥାନା ଅନ୍ତର୍ଗତ ତଳିଉଡ଼ାରରୁ ୧୧୨୦ ବୋତଲ କଫସିରପ୍ ଜବତ କରି ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କରୁଣା ନାଏକ , ସତୀଶ ଶର୍ମା , ଯୁବରାଜ ଭୁଏ , ନିରୋଜ ବନଛୋର ଓ ଜିତୁ ସା । ପୁଲିସ ପିକଅପ୍ ଭ୍ୟାନ୍ , ମୋବାଇଲ୍ ଓ ଟଙ୍କା ଜବତ କରିଛି ।

Comments are closed.