ଜିଏସଟି ଫାଙ୍କିବା ଅଭିଯୋଗ, ସାର୍ଥକ ଏଜେନ୍ସି ଉପରେ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସାର୍ଥକ ଏଜେନ୍ସିର ମାଲିକ ବନବିହାରି ଯୋଶୀଙ୍କ ସିମେଣ୍ଟ, ଟିଏମଟି ସରିଆ ଦୋକାନ, ଘରେ ବଲାଙ୍ଗୀର ଓ ଭବାନୀପାଟଣା ଜିଏସଟି ସ୍କ୍ୱାଡ଼ର ଏକକାଳୀନ ଚଢ଼ାଉ କରାଯାଇଛି ।

ବଲାଙ୍ଗୀର ସିଟି-ଜିଏସଟି ବିଭାଗର ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଜିଏସଟି ଅଫିସର ଶରତ ସେଠ, ରାଜେନ୍ଦ୍ର ନାଏକ, ଆସିଷ୍ଟାଣ୍ଡ ଜିଏସଟି ଅଫିସର ସରୋଜ ବେରିହା ଜିତେନ୍ଦ୍ରୀୟ ବାଗ ପ୍ରମୁଖ ରହି ବିଭିନ୍ନ କାଗଜପତ୍ର ଜବତ କରି ଯାଞ୍ଚ କରୁଛନ୍ତି ।

Comments are closed.