ଆଜିଠାରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ, ସଡ଼କ ଦୁର୍ଘଟଣା ମୃତ୍ୟୁ ରୋକିବା ପାଇଁ ସୃଷ୍ଟି କରାଯିବ ସଚେତନତା

ଭୁବନେଶ୍ୱର – ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ରୋକିବା ଦିଗରେ ସଚେତନ ସୃଷ୍ଟି କରାଯିବ । ଦୁର୍ଘଟଣାଜନିତ ମୃତ୍ୟୁ ଯେପରି ନ ହୁଏ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୨ରେ ରାଜ୍ୟରେ ୧୧ ହଜାର ୬୬୩ଟି ସଡକ ଦୁର୍ଘଟଣାରେ ୫୪୬୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୧ ତୁଳନାରେ ୨୦୨୨ରେ ୭.୬୦ ପ୍ରତିଶତ ଅଧିକ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।

Comments are closed.