ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି

ଭୁବନେଶ୍ୱର – ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ- ଏନ୍ଏସି ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ସଂଧ୍ୟା ୫ଟା ଯାଏଁ ଚାଲିବ । ଅତାବିରାର ୧୨ଟି ୱାର୍ଡରେ ୧୬ଟି ବୁଥ୍ ପ୍ରତିଷ୍ଠା କରାଯାଇଛି। ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି ।

ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡ଼ା ଟକ୍କର ହେଉଛି।

ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡରେ ୫୦ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Comments are closed.