ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା : ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗୀର – ବହୁଚର୍ଚ୍ଚିତ ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଏହି ମାମଲାରେ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ୨ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ସିଭିଲ କୋର୍ଟରେ ଗିରଫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ଆବେଦନ କରୁଛି କ୍ରାଇମବ୍ରାଞ୍ଚ I

ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ମେଡିକାଲ ଯାଞ୍ଚ ପରେ ରିମାଣ୍ଡ ଅନୁମତି ଦେବେ କୋର୍ଟ I ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକକୁ ସାମ୍ନାସାମ୍ନି ଜେରା କରିବ କ୍ରାଇମବ୍ରାଞ୍ଚ I ଏଣେ କୋଚିଂ ସେଣ୍ଟରରେ ଯାଞ୍ଚ କରିଛି ୫ ଜଣିଆ ତଦନ୍ତକାରୀ ଟିମ୍ । ତଦନ୍ତ ବେଳେ ୧୪ଟି ରାଜ୍ୟର ୪୧ଟି ୟୁନିଭରସିଟିର କର୍ମଚାରୀଙ୍କ ଲିଙ୍କ ପାଇଛି କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତ ମନୋଜ ମିଶ୍ରର ସହଯୋଗୀଙ୍କ ମଧ୍ଯ ଲିଙ୍କ୍ ପାଇଛି I କିଛି ମଧ୍ୟସ୍ଥି ଫେରାର୍ ଥିବାବେଳେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଟିମ ଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଛନ୍ତି I

Comments are closed.