ମାର୍ଚ୍ଚରେ ରାଜଧାନୀରୁ ୨ କୋଟି ୨୦ ଲକ୍ଷ ଟଙ୍କା ସାଇବର ଠକେଇ

ଭୁବନେଶ୍ୱର – ମାର୍ଚ୍ଚମାସରେ ରାଜଧାନୀରୁ ୨ କୋଟି ୨୦ ଲକ୍ଷ ଟଙ୍କା ଲୁଟିଛନ୍ତି ସାଇବର ଠକ। ଅନ୍‌ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧ କୋଟି ୫୫ ଲକ୍ଷ ଟଙ୍କା ଠକେଇ ହୋଇଛି। ସେହିପରି ଓଟିପି, କେୱାଇସି ଅପଡେଟ୍‌ ନାଁରେ ୬୫ ଲକ୍ଷ ଲୁଟି ନେଇଛନ୍ତି ସାଇବର ଠକ ।ଅନ୍ୟପଟେ ଟେଲିଗ୍ରାମ ବ୍ୟବହାର ଜରିଆରେ ଠକେଇ କରାଯାଉଥିବା ନୂଆ ତରିକା ମଧ୍ୟ ଧରାପଡ଼ିଛି ବୋଲି ଭୁବନେଶ୍ୱର ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫ୍ରମ୍ ହୋମ ରୋଜଗାର ଲୋଭ ଦେଖାଇ ଲୁଟେରା ଠକୁଛନ୍ତି ବୋଲି ସାଇବର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.