ଅତାବିରା ଏନଏସି ନିର୍ବାଚନ, ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ

ବରଗଡ଼: ବରଗଡ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ୧୬ଟି ବୁଥ୍‌ରେ ମତଦାନ ଚାଲିଛି। ଅପରାହ୍ନ ୪ଟା ୩୦ ମିନିଟ୍‌ ସୁଦ୍ଧା ଏଠାରେ ୭୧.୮୬ ପ୍ରତିଶତ ମତଦାନ ହୋଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସା ୫ଟା ସୁଦ୍ଧା ଏହା ଚାଲିବ। ଏଠାରେ ୧୩ ହଜାର ୫୨୦ ଭୋଟର ରହିଥିବା ବେଳେ ୯୭୧୫ ଜଣ ଭୋଟ୍ ଦେଇଛନ୍ତି । ସେଥିମଧ୍ୟରୁ ପୁରୁଷ ୪୮୦୨ ଜଣ ଓ ମହିଳା ୪୯୧୩ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି ।

Comments are closed.