୨ ଚୋରି ଅଭିଯୁକ୍ତ ଗିରଫ, ଅଢେଇ ଲକ୍ଷର ସାମଗ୍ରୀ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ନିମଖଣ୍ଡି ଥାନା ଓ ସଦର ଥାନା ଅଞ୍ଚଳରେ ୬ଟି ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଲୋଚାପଡା ମୁଖ୍ୟ ରାସ୍ତାର ଟୁନା ପ୍ରଧାନ (୨୨) ଓ ହିଞ୍ଜିଳି ନିକଟ ଦୁର୍ବନ୍ଧର ସୁଦର୍ଶନ ସାହୁ (୨୪)। ଏମାନଙ୍କ ଠାରୁ ଆନୁମାନିକ ଅଢେଇ ଲକ୍ଷ ଟଙ୍କାର ବିଭିନ୍ନ ଚୋରି ସାମଗ୍ରୀ ଯଥା ପାଣି ମୋଟର ପମ୍ପ୍, ଇନଭର୍ଟର୍ ବ୍ୟାଟେରୀ ଓ ମେସିନ୍, ଗୋଟିଏ ବାଇକ୍, ଡ୍ରିଲିଂ ଓ କଟିଂ ମେସିନ୍ ଆଦି। ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଦ୍ଧାର ସାମଗ୍ରୀ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଏସପି ଡାଃ ସର୍ବଣା ବିବେକ ଏମ୍ ଏକ ପ୍ରେସ୍ ବିବୃତିରେ ଉଲ୍ଲେଖ କରିଛନ୍ତି।

Comments are closed.