ପର୍ଣ୍ଣଷ୍ଟାରଙ୍କୁ ଲାଞ୍ଚ ଦେବା ମାମଲାରେ ଗିରଫ ପରେ ଜାମିନରେ ଆସିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ୱାସିଂଟନ – ଜଣେ ପର୍ଣ୍ଣ ଫିଲ୍ମଷ୍ଟାରଙ୍କ ସହ ସଂପର୍କ ଓ ଲାଞ୍ଚ ଦେଇ ତାଙ୍କୁ ନୀରବ ରଖିବା ମାମଲାରେ ଗିରଫ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏହି ମାମଲାରେ କୋର୍ଟରେ ଆତ୍ମସର୍ପଣ ପରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଗିରଫର ଘଣ୍ଟାଏ ପରେ ଟ୍ରମ୍ପ ଜାମିନରେ ଆସିଛନ୍ତି । ପ୍ରଥମ ଥର ପାଇଁ ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାର ସାମ୍ନା କରିଛନ୍ତି । ଜାମିନ ପାଇବା ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ । ମାନହାଟନ କୋର୍ଟରେ ହାଜର ପୂର୍ବରୁ ଡୋନାଲ ଟ୍ରମ୍ପ ଆତ୍ମସମର୍ପଣ କରିଥିଲେ ।ପରେ ତାଙ୍କୁ ଗିରଫ କରାଯାଇଥିଲା ।

ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଗତମାସ ୩୦ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

୨୦୦୬ ମସିହାରେ ଆମେରିକାରେ ଏକ ଗଲ୍ଫ ଟୁର୍ଣ୍ଣାମେଣ୍ଟ ସରିବା ପରେ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଟ୍ରମ୍ପ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଷ୍ଟର୍ମି ଡାନିଏଲ ଦାବି କରିଥିଲେ । ୨୦୧୬ ମସିହାରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପୂର୍ବରୁ ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ ରଖିବାକୁ ୧.୩୦ ଲକ୍ଷ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା । ଆଉ ତାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ନେଇ ପ୍ରଚାର ନକରିବାକୁ କହିଥିଲେ । ଏହି ଟଙ୍କା ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଡାନିଏଲଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସେହି ଟଙ୍କାଙ୍କୁ ଆଇନଗତ ଭାବେ ତାଙ୍କ ଓକିଲଙ୍କୁ ଦେଇଥିବା ଦର୍ଶାଇଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ଓକିଲ କୋର୍ଟରେ ସ୍ୱୀକାର କଲା ପରେ ସତ ପଦାକୁ ଆସିଥିଲା । ଟ୍ରମ୍ପ ମିଛ କହିଥିବା ଧରାପଡିଲା ତାପରେ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁକ୍ତ କରିଛନ୍ତି । ଆଉ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.