ଓଡ଼ିଶା ହେବ ତଟୀୟ ପରିବହନର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଉଛି । ସାମୁଦ୍ରିକ ପରିବହନ ଦେଶର ବାଣିଜ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ମାଧ୍ୟମ । ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଆମଦେଶର ଗୈାରବମୟ ସାମୁଦ୍ରିକ ଇତିହାସ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ କ୍ଷେତ୍ରରେ ଓଡ଼ିଶାର ମଧ୍ୟ ଏକ ସ୍ୱର୍ଣ୍ଣାଭ ଅତୀତ ରହିଛି। ଆଧୁନିକ ବନ୍ଦର ଜରିଆରେ ଓଡ଼ିଶାକୁ ଉପକୂଳବର୍ତ୍ତୀ ଜାହାଜ ଚଳାଚଳର ବୃହତ୍ତମ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.