ବ୍ରହ୍ମପୁର: ମଝିଆ ଭାଇର ଆକ୍ରମଣରେ ସାନ ଭାଇ ମୃତ 

ବ୍ରହ୍ମପୁର: ଗୋଷାଇଁନୂଆଗାଁ ଥାନା ନେହରୁନଗର ୧୦ମ ଗଳିରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ବୁଡୁ ବେହେରା। ତାଙ୍କୁ ତାଙ୍କର ମଝିଆ ଭାଇ ପୂର୍ଣ୍ଣ ବେହେରା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୂର୍ଣ୍ଣ ହେଉଛନ୍ତି ସ୍ଥାନୀୟ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଜ୍ୱାଇଁ ପୁଅ। ହତ୍ୟାର କାରଣ ତୁରନ୍ତ ଜଣାପଡ଼ି ନଥିଲେ ମଧ୍ୟ ପାରସ୍ପରିକ ମନୋମାଳିନ୍ୟ ଜନିତ ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟିଥିବା କୁହାଯାଉଛି।

ଘର ଭିତରୁ ରକ୍ତାକ୍ତ ମୃତ ଦେହ ମିଳିଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

Comments are closed.