ଟୋକିଓରେ ଓଡିଶା ଇନଭେଷ୍ଟର୍ସ ମିଟ୍ : ପ୍ରମୁଖ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ 

ଟୋକିଓ – ଟୋକିଓରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିଛନ୍ତି । ପିଡବ୍ଲୁସି ଏସିଆ ପାସିଫିକ ଉପସଭାପତି ଓ ଜାପାନ ଗ୍ରୁପ ଚେୟାରମ୍ୟାନ କୋଇସିରୋ କିମୁରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପିଡବ୍ଲୁସିର ବର୍ତ୍ତମାନ ଅପରେସନ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ରାଜ୍ୟରେ ଉପଲବ୍ଧ ଆହୁରି ପୁଞ୍ଜି ବିନିଯୋଗ ସୁଯୋଗ ଅନ୍ୱେଷଣ କରିବାକୁ କୋଇସିରୋଙ୍କୁ ନିମନ୍ତ୍ରଣ କରିଛନ୍ତି। ଓଡିଶା ଇନଭେଷ୍ଟର୍ସ ମିଟ୍ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଇଣ୍ଡିଆ ନ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଆସୋସିଏସନ ଜାପାନ- ଆଇସିଆଇଜେର ସଭାପତି ଜଗମୋହନ ଏସ.ଚନ୍ଦ୍ରାଣୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଥିବା ବ୍ୟାପକ ସୁଯୋଗ ଓ ଦକ୍ଷ ମାନବ ସମ୍ବଳର ସୁଯୋଗ ନେବାପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାଣୀଙ୍କୁ କହିଛନ୍ତି।

Comments are closed.