କାରକୁ ପିଟିଲା ଟ୍ରକ, ୧ ମୃତ , ୨ ଆହତ

କଟକ – ଝାରସୁଗୁଡ଼ାରେ ତିନି ଟ୍ରକ ମଧ୍ୟରେ ଧକ୍କା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି । ଚହଟା ବିଡାନାସୀ ମଶାଣି ଛକରେ ଗୋଟିଏ କାର୍‌କୁ ଏକ ଟ୍ରକ୍ ସାମ୍ନାରୁ ପିଟିବା ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ସହ ଜଣ ୨ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରାଯିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ସମସ୍ତ ମୃତାହତ ଢେଙ୍କାନାଳ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

Comments are closed.