ଲୁଟ ପାଇଁ ଆସିଥିଲେ, ବ୍ୟାଙ୍କ ସାଇ ରନ ବାଜିଲା ପରେ ଛୁ ମାରିଲେ ଡକାୟତ ଗ୍ୟାଙ୍ଗ

କଟକ – ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତି ଦଳ। କର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ରରେ ଭୟଭୀତ କରି ଲକର ଚାବି ଦେବାକୁ ଧମକାଇଥିଲେ। ହେଲେ ହଠାତ୍ ବ୍ୟାଙ୍କର ସାଇରନ ବାଜିଲା ଓ ଛୁ ମାରିଥିଲେ ଡାକାୟତ ଗ୍ୟାଙ୍ଗ । କଟକ ଜିଲ୍ଲା ତ୍ରିଶୁଳିଆ ନିକଟ ଫକୀରପଡା ଆଇସିଆଇସିଆଇ ବ୍ୟାଙ୍କରେ ଆଜି ଦିନ ଦ୍ବିପହରରେ ଏହି ଘଟଣା ଘଟିଛି, ଯାହା କି ବେଶ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଦିନ ୧୧ଟା ବେଳେ ୩ଜଣ ଡକାୟତ କଳା ପଲସରରେ ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲେ। ଗ୍ରାହକ ଭାବେ ବ୍ୟାଙ୍କ ଭିତରେ ପଶିଥିଲେ। ପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ତେବେ ବ୍ୟାଙ୍କରେ ଥିବା ସାଇରନ ବାଜିଲା ବାଜିଥିଲା। ସାଇରନ ଶବ୍ଦ ଶୁଣି ଡକାୟତମାନେ ଚମ୍ପଟ ମାରିଥିଲେ। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି।ସିସିଟିଭି ଫୁଟେଜ ଆଧାରରେ ବାରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.