ପବିତ୍ର ଚୈତ୍ର ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ପାଇଁ ନାବ ଅନୁକୂଳ

ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସର ରେ ପରମ୍ପରା ଅନୁଯାୟୀ ଗଭୀର ଜଳରେ ବୁଡି ରହିଥିବା ପାଞ୍ଚୋଟି ଡଙ୍ଗା କୁ ଉଦ୍ଧାର କରାଯାଇଛି। ଆଗାମୀ ଅକ୍ଷୟ ତୃତୀୟା ଠାରୁ ଏକୋଇଶି ଦିନ ବ୍ୟାପି ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ଏହି ଯାତ୍ରାକୁ ଦୃଷ୍ଟିରେ ରଖି ଚନ୍ଦନ ପୁଷ୍କରଣୀ ବା ନରେନ୍ଦ୍ରରୁ ୫ଟି ଡଙ୍ଗାକୁ ଭୋଇ ସେବକ ମାନେ ବାହାର କରିବାର ପରମ୍ପରା ରହିଛି।

ଚନ୍ଦନଯାତ୍ରା ପରେ ନନ୍ଦା, ଭଦ୍ରା,ବୈଜନ୍ତରୀ ନାମ ରେ ଚନ୍ଦନଯାତ୍ରାରେ ବ୍ୟବହୃତ ପାଞ୍ଚଟି ଡଙ୍ଗା କୁ ପାଣିରେ ବୁଡାଇ ଦିଆଯାଇଥାଏ। ଗତକାଲି ପରମ୍ପରା ମୁତାବକ ଏହିସମସ୍ତ ଡଙ୍ଗାକୁ କଢାଯାଇ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୃତି କରାଯାଇଥାଏ।ଆଗାମୀ ଏପ୍ରିଲ ୨୩ ତାରିଖରେ ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ନରେନ୍ଦ୍ର ପୁଷ୍କରିଣୀ ରେ ୨୧ଦିନଧରି ଜଳକ୍ରୀଡା କରିବେ ମଦନମୋହନ, ଭୂଦେବୀ ଶ୍ରୀଦେବୀ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ। ଦୁଇଟି କରି ଚାରୋଟି ଡ଼ଙ୍ଗା ରେ ନନ୍ଦା ଓ ଭଦ୍ରା ନାମରେ ଦୁଇଟି ଚାପ ନିର୍ମାଣ କରାଯିବ।ଅନ୍ୟ ଦଙ୍ଗାରେ ବୈଜୟନ୍ତ୍ରୀ ବାଜା ବାଜି ଚାପ ଆଗରେ ଯିବ। ଏହି ଚାପ ଦୁଇଟିରେ ଶ୍ରୀଜୀଉ ଙ୍କ ଚଳନ୍ତି ବିଗ୍ରହଙ୍କ ସହିତ ପଞ୍ଚ ମହାଦେବ ଜଳକ୍ରୀଡ଼ା କରି ଗ୍ରୀଷ୍ମପ୍ରବାହରୁ ଶାନ୍ତି ଲାଭ କରିବେ।

Comments are closed.