ବଡ ଭାଇଙ୍କ ଆକ୍ରମଣରେ ସାନ ଭାଇଙ୍କ ମୃତ୍ୟୁ

ବରଗଡ଼ :ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ ବଡ ଭାଇର ଆକ୍ରମଣରେ ସାନ ଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ମନୋଜ ସୁନା (୨୫)। ଗୁରୁବାର ରାତିରେ ମନୋଜ ଓ ବଡ ଭାଇ ଉପେନ୍ଦ୍ର ସୁନା ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ଉପେନ୍ଦ୍ର ଲୁହା ତାୱାରେ ମନୋଜର ମୁଣ୍ଡକୁ ଆଘାତ ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ଘଟିଥିଲା। ମନୋଜ ପଡି ଯିବା ଦେଖି ଭୟରେ ପାଇକମାଲ ଥାନାରେ ଉପେନ୍ଦ୍ର ଆତ୍ମସମର୍ପଣ କରିଥିଲେ। ଶୁକ୍ରବାର ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Comments are closed.