ଝାରସୁଗୁଡ଼ା ଉପନିର୍ବାଚନ: ବ୍ଳକ୍ ଓ ମ୍ୟୁନିସିପାଲିଟି ସ୍ତରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର – ଝାରସୁଗୁଡ଼ା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବ୍ଳକ ଓ ମ୍ୟୁନିସିପାଲିଟି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ, ଟୁକୁନି ସାହୁଙ୍କୁ କିର୍ମିରା ବ୍ଳକର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ନିରଞ୍ଜନ ପୂଜାରୀ, ସରୋଜ ମେହେରଙ୍କୁ କୋଲାବିରା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ପ୍ରତାପ ଦେବ, ଦିବ୍ୟଶଙ୍କର ମିଶ୍ରଙ୍କୁ ଲଇକେରା ଦାୟିତ୍ବ ଦିଆଯାଇଥିବା ବେଳେ ଝାରସୁଗୁଡ଼ା ବ୍ଲକ ଦାୟିତ୍ବ ସମ୍ଭାଳିବେ ପଦ୍ମନାଭ ବେହେରା ଓ ଅରୁଣ ସାହୁ । ଝାରସୁଗୁଡ଼ା ମ୍ୟୁନିସିପାଲଟି ପାଇଁ ୪ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ ।

Comments are closed.