ନିଖୋଜ ଓଏମଡିସି କର୍ମଚାରୀଙ୍କୁ ହତ୍ୟା, ମିଳିଲା ଗୁଳିବିଦ୍ଧ ମୃତଦେହ

କେନ୍ଦୁଝର – ବଡ଼ବିଲର ଓଡ଼ିଶା ମାଇନିଂ ଡେଭଲପମେଣ୍ଟ କର୍ପୋରେସନ – ଓଏମଡିସିର ନିଖୋଜ କର୍ମଚାରୀ ଦୁଃଶାସନ ବାରିକଙ୍କର ଆଜି ସକାଳେ ଗୁଳିବିଦ୍ଧ ମୃତଦେହ ମିଳିଛି । ସେ ଗତକାଲି ଡ୍ୟୁଟି କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ସ୍ଥାନୀୟ ଦଲକି ବସ୍ତିରେ ତାଙ୍କ ଘର ବୋଲି ଜଣାପଡିଛି। ଦୁଃଶାସନ ଗତକାଲି ସକାଳେ ଅଫିସ ଯାଇଥିଲେ। ସନ୍ଧ୍ୟାର ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳେ ଦାମୁ ହଟିଂ ପାଖରେ ଏକ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା। ତାଙ୍କ ପୁଅ ବାପାଙ୍କ ମୃତଦେହ ଚିହ୍ନଟ କରିଥିଲେ । ଦୁଃଶାସନଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରାଯାଇଥିବା ଜଣାଯାଇଛି । ମୃତଦେହ ନିକଟରେ ୨ଟି ୯ ଏମ୍ ଏମ୍ ଗୁଳି ପଡ଼ିଥିବା ବେଳେ, ୩ଟି ଖାଲି ମଦ ବୋତଲ ପଡ଼ିଛି। ସେହିପରି ପ୍ରାୟ ଦେଢ଼ ଶହ ମିଟର ଦୂରରେ ଦୁଃଶାସନଙ୍କ ବାଇକ୍ ଥିବା ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Comments are closed.