ପର୍ଯ୍ୟଟନ ଓ କ୍ରୀଡା କ୍ଷେତ୍ରରେ ଓଡ଼ିଶା -ଜାପାନ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ 

ଭୁବନେଶ୍ବର – ଜାପାନ ସହଯୋଗରେ ଓଡ଼ିଶାରେ ପ୍ରତିଷ୍ଠା କରାଯିବ ଜିମ୍ନାଷ୍ଟିକ ହାଇପରଫର୍ମାନସ ସେଣ୍ଟର ଓ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ ଅବସରରେ ଏ ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କ୍ରୀଡ଼ା ବିଭାଗ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବୁଝାମଣା ପତ୍ର । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ରାଜ୍ୟରେ ପ୍ରତିଷ୍ଠା କରିବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଆଜି କ୍ୟୋଟୋରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଅଧିକାରୀଙ୍କ ସହ ଏନେଇ ହୋଇଥିଲା ଆଲୋଚନା । ଏହାପରେ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ପ୍ରସ୍ତାବିତ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ।

ରାଜ୍ୟରେ ପର୍ଯ୍ୟଟନ ଓ ସେବା ଶିଳ୍ପରେ ଜାପାନୀ ପୁଞ୍ଜି ନିବେଶ ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ପ୍ରାଚୀନ କଳିଙ୍ଗ ଓ ଜାପାନ ମଧ୍ୟରେ ରହିଆସିଥିବା ବୈ।ଦ୍ଧ ସାଂସ୍କୃତିକ ସଂପର୍କ ବିଷୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ମୁଖ୍ୟମନ୍ତ୍ରୀ ଜାପାନୀ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ।

Comments are closed.