ରାଜ୍ୟରେ ୯୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋରୋନା ମାମଲା ୫୫୬କୁ ବୃଦ୍ଧି ପାଇଛି। ଏଣେ ଗତ ୨୪ ଘଣ୍ଟାରେ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶର ଅନେକ ରାଜ୍ୟରେ କୋରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। କିଛି ରାଜ୍ୟ ସରକାର ପୁଣି ମାସ୍କ ପରିଧାନ ବାଧ୍ୟତାମୂଳକ କରିସାରିଛନ୍ତି। ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ହେବ ସଂକ୍ରମଣ ଉପରମୁହାଁ ହୋଇଛି । କିଛି ଦିନ ତଳେ ଦୈନିକ କୋରୋନା ସଂକ୍ରମଣ ୧୦୪ ଥିଲା, ଯାହା କି ବର୍ତ୍ତମାନ ସୁଦ୍ଧା ସର୍ବାଧିକ। କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୮୦ରୁ ଅଧିକ ରହୁଛି । ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେବା ସହ କୋଭିଡ ସତର୍କତା ନିୟମ ମାନିବାକୁ କହିଛି ।

Comments are closed.