କାଲିଠାରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ, ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ସମ୍ଭାବନା

ଭୁବନେଶ୍ୱର – ମେ’ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଏପ୍ରିଲ ୨୩ ତାରିଖ ଯାଏଁ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ ଯାଏଁ ଚାଲିବ । ମେ’ ୭ ରେ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ହେବ । ଏହାପରେ ଯାଇ ମେ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏଥର ୬୫ଟି ଅଫଲାଇନ ଓ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ।

Comments are closed.