ରାଜ୍ୟରେ ଆଜି ଅସହ୍ୟ ତାତି, ଦିନ ୧୧ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୭ ଦଶମିକ ୨ ଡିଗ୍ରୀ

ଭୁବନେଶ୍ୱର – ରାଜ୍ୟରେ ଆଜି ଅସହ୍ୟ ତାତି ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ଵର ସମେତ ଅନେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇଛି । ସାରା ରାଜ୍ୟରେ ପ୍ରବଳ ତାତିର ପ୍ରଭାବ ରହିଛି। ଦିନ ୧୧ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ଥିଲା ୩୭.୨ ଡିଗ୍ରୀ ସେଲସିୟସ । ଝାରସୁଗୁଡାରେ ମଧ୍ୟ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚାନ୍ଦବାଲିରେ ୩୭, ବାଲେଶ୍ୱର ଓ ସମ୍ବଲପୁରରେ ୩୬ ଡିଗ୍ରୀ, ହୀରାକୁଦ ୩୫.୪, କେନ୍ଦୁଝର ଓ ଗୋପାଳପୁର ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଜି ସକାଳ ସାଢେ ୮ଟାରେ ଭୁବନେଶ୍ୱରରେ ପାରଦ ୩୧ ଡିଗ୍ରୀ ରହିଥିଲା।

ଆଗାମୀ ୨-୩ ଦିନରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.