ବଜ୍ରପାତ ଜନିତ ଦୁର୍ଘଟଣାକୁ ନେଇ ଜିଲ୍ଲାପାଳଙ୍କ ବୈଠକ: ସଚେତନତା ଉପରେ ଗୁରୁତ୍ବ

ସମ୍ବଲପୁର: କାଳ ବୈଶାଖୀ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢିବାରେ ଲାଗିଛି। ବର୍ତମାନ ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟୁଥିବା ବେଳେ ଏଥିପାଇଁ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସଂକ୍ରାନ୍ତ ରେ ଆଜି ଜିଲ୍ଲାପାଳ ଅନନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ବଜ୍ରପାତ ସମ୍ପର୍କିତ ପୂର୍ବାନୁମାନ ଆଗୁଆ ମିଳିପାରୁଛି। ସୂଚନା ପାଇବା ମାତ୍ରେ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଶେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତ ରାଜ ବ୍ୟବସ୍ଥା ଦ୍ୱାରା ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କ ପାଖରେ ସୂଚନା ପହଂଚି ପାରିବ ଯାହା ଫଳରେ ଜନସାଧାରଣ ସଚେତନ ହୋଇପାଇବେ ସେଥିପାଇଁ ଜିଲ୍ଲାପାଳ ଭିଡ଼ିଓ କନଫୋରେନସିଂ ଜଡିତ ହେଇଥିବା ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି। ବଜ୍ରପାତ ପ୍ରାୟତଃ ଦିନ 2 ଟା ରୁ ରାତି 9 ଟା ମଧ୍ୟରେ ସଂଗଠିତ ହୋଇଥାଏ। ମୁଖ୍ୟତଃ କୃଷି କାର୍ଯ୍ୟରେ ଜଡିତ ଶ୍ରମିକ, କୃଷକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକ ମାନନେ ବିଶେଷତ୍ୱ ଦୁର୍ଘଟଣା ର ଶିକାର ହୁଅନ୍ତି। ସେଥିପାଇଁ ଏ ଦିଗର ଲୋକ ଅଧିକ ସତର୍କତା ଅବଲମ୍ଭନ କରିବାକୁ ପଡିବ। ଏହି ସମୟରେ ବାହାରେ ରହୁଥିବା ଜନସାଧାରଣ ନିରାପଦ ସ୍ଥାନକୁ ଆଶ୍ରୟ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହାଛଡା ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ସେଥିପାଇଁ ପ୍ରସ୍ତୁତି ରହିବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଏନଏସି ଇଓ, ସମସ୍ତ ବିଡ଼ିଓ, ତହସିଲଦାର, ଡେପୁଟି କଲେକଟର ମିତାଲି ମଧୁସ୍ମିତା ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.