ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର – ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ ପାଠପଢା ଆରମ୍ଭ ହୋଇଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ୧୧ଟା ୩୦ ଯାଏଁ ପାଠ ପଢାଯିବ । ଖରା ଦିନକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସହ ଓଆର ଓ ଅନ୍ୟାନ୍ୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ସ୍କୁଲଗୁଡିକୁ କୁହାଯାଇଛି।

ଖରା ବଢ଼ିଲେ କ୍ଲାସ ସମୟ କମାଇବାର ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ’ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି।

Comments are closed.