ବାରହା ଶୀକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶରେ ଲାଗି ଦନ୍ତାର ଜୀବନ ଗଲା  

ସୋନପୁର – ବିଦ୍ୟୁତ ଚାର୍ଜ ହୋଇଥିବା ଶିକାରୀର ବାରହା ଫାଶରେ ପଡ଼ି ଦନ୍ତା ହାତୀର ମୃତ୍ୟୁ। ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହଦା ଗାଁ ନିକଟ ଜଙ୍ଗଲରେ ଘଟିଛି ଏହି ଘଟଣା। ସୂଚନା ମିଳିଛି ଯେ, ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ । ରାତିରେ ଖାଦ୍ୟ ଅନ୍ବେଷଣରେ ବାହାରିଥିବା ଦନ୍ତାଟି ବିଦ୍ୟୁତ ଚାର୍ଜିତ ଫାଶ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା । ସକାଳେ ଦନ୍ତାର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀମାନେ ଆସି ହାତୀର ମୃତଦେହ ଉଦ୍ଧାର କରିଥିଲେ ।

Comments are closed.