କର୍ଣ୍ଣାଟକ ନିର୍ବାଚନ: ବିଜେପି ଘୋଷଣା କଲା ୧୮୯ ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ୧୮୯ ଜଣ ପ୍ରାର୍ଥୀଙ୍କୁ ନେଇ ପ୍ରଥମ ତାଲିକା ଘୋଷଣା କରିଛି। ଏଥିରେ କେବଳ ଆଠ ଜଣ ମହିଳା ଅଛନ୍ତି। ଏହାଛଡ଼ା ଓବିସିରୁ ୩୨, ଏସସିରୁ ୩୦, ଏସଟିରୁ ୧୬ ଏବଂ ୫ ଜଣ ଓକିଲ ଅଛନ୍ତି | ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଶିଗଗାଓଁରୁ ନିର୍ବାଚନ ଲଢ଼ିବେ । ଏହି ତାଲିକା ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦଳ ନୂଆ ପୀଢିକୁ ରାଜନୀତିରେ ସୁଯୋଗ ଦେଇଛି । ଦଳ ଶୀଘ୍ର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ତାଙ୍କ ବାପାଙ୍କ ଶିଖରିପୁରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ଲଢ଼ିବେ। ମନ୍ତ୍ରୀ ଆର୍ ଅଶୋକ କନକପୁରାରେ ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କୁ ଟକ୍କର ଦେବେ। ଏହାଛଡ଼ା ସେ ପଦ୍ମନାଭନଗର ଆସନରୁ ମଧ୍ୟ ଲଢ଼ିବେ ।

ସେହିଭଳି ମନ୍ତ୍ରୀ ଭି ସୋମନା ବରୁଣାରୁ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ଚାମରାଜନଗରରୁ ଟିକେଟ ମଧ୍ୟ ଦେଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ସୁଧାକର କେ ମନ୍ତ୍ରୀ ଡକ୍ଟର ଅଶ୍ୱତନାରାୟଣ ଚିକ୍କାବାଲାପୁର ଆସନ ଏବଂ ଆଉ ଜଣେ ମନ୍ତ୍ରୀ ଡା.ଅଶ୍ବଥନାରାଯଣ ସିଏନ୍ ମଲେଶ୍ୱରମ୍ ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଟିକେଟ୍ ନ ମିଳିବାରୁ ସେ ରାଗିଛନ୍ତି। ସେ ନିର୍ବମାନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପାର୍ଟି କହିଛି ଯେ ତାଙ୍କୁ ମନାଇବାକୁ ଚେଷ୍ଟା କରାଯିବ ।

କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେ.ଏସ୍ ଇଶ୍ୱରପ୍ପା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ବିଧାନସଭା ନିର୍ବାଚନ ​​ଲଢ଼ିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ବେଙ୍ଗାଲୁରୁରେ ଆୟୋଜିତ କର୍ଣ୍ଣାଟକ ବିଜେପି ନିର୍ବାଚନ କମିଟି ବୈଠକରେ ମୁଁ ମୋର ନିଷ୍ପତ୍ତି ବିଷୟରେ କହିଥିଲି, କିନ୍ତୁ ଦଳର ନେତା ପ୍ରହ୍ଲାଦ ଯୋଶୀ, ନଳିନ କୁମାର କେଟେଲ ଏବଂ ଅନ୍ୟ ନେତାମାନେ ମୋର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ରବିବାର ଦିନ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପିର ଶୀର୍ଷ ନେତୃତ୍ୱ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ରାଜନାଥ ସିଂହ ଏବଂ ବିଜେପି ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସମେତ ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବ। ଫଳାଫଳ ମେ ୧୩ରେ ଆସିବ | ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।

Comments are closed.