ଆଜି ବି ଭୀଷଣ ତାତି , ସାଢେ ୧୧ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ସର୍ବାଧିକ ୩୮ .୬

ଭୁବନେଶ୍ୱର – ସାରା ରାଜ୍ୟରେ ଭୀଷଣ ଗରମ ଜାରି ରହିଛି । ଲଗାତର ତୃତୀୟ ଦିନ ଧରି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ଓଡ଼ିଶାବାସୀ । ଆଜି ସାଢ଼େ ୧୧ରେ ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଝାରସୁଗୁଡାରେ ସର୍ବାଧିକ ୩୮.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ୩୮.୪, ବାଲେଶ୍ବରରେ ୩୮.୨, ପୁରୀରେ ୩୮, ସମ୍ବଲପୁରରେ ୩୭.୮, ହୀରାକୁଦରେ ୩୭.୬, ଗୋପାଳପୁରରେ ୩୭.୪ କେନ୍ଦୁଝରରେ ୩୭ ଏବଂ ପାରାଦୀପ ୩୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା ।

Comments are closed.