କୋରୋନାର ଉପରମୁହାଁ ଗତି ଜାରି, ୨୪ ଘଣ୍ଟାରେ ରାଜ୍ୟରେ ୨୧୨ ନୂଆ ପଜିଟିଭ ଚିହ୍ନଟ 

ଭୁବନେଶ୍ବର – କୋରୋନାର ଉପରମୁହାଁ ଗତି ଜାରି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ହେଉଛି ଚଳିତ ଥର ସର୍ବାଧିକ ଦୈନିକ ସଂକ୍ରମଣ । ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଅଧିକ ଟେଷ୍ଟିଂ ହେଉଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣ ବଢୁଥିଲେ ମଧ୍ୟ ଗୁରୁତରଙ୍କ ସଂଖ୍ୟା କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.