ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ଓଡ଼ିଶାରେ ଆଉ ଏକ ଉତ୍ତପ୍ତ ଦିନ ଅନୁଭୂତ ହେଉଛି। ଆଜି ବି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି । ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ଝାରସୁଗୁଡ଼ା ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାକାର ତାପମାତ୍ରା ସର୍ବାଧିକ ୪୨ ଦଶମିକ ୪ ଡିଗ୍ରୀ ସେଲସିୟସ ଥିଲା । ସମ୍ବଲପୁରରେ ୪୧.୮ ଡ଼ିଗ୍ରୀ, ହୀରାକୁଦରେ ୪୦.୪ ଡ଼ିଗ୍ରୀ ,ଚାନ୍ଦବାଲିରେ ୩୯.୬ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୯.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୮ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ ,ପୁରୀରେ ୩୫.୨ ଡ଼ିଗ୍ରୀ ଓ ଗୋପାଳପୁରରେ ୩୫.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.