୨୯ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିଲା ଗୋପାଳପୁର 

ବ୍ରହ୍ମପୁର: ଗତ ୨୯ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିଲା ଗୋପାଳପୁରର ତାତି। ଆଜି ଗୋପାଳପୁରରେ ୩୯.୧ ଡିଗ୍ରୀ ତାତି ଅନୁଭୁତ ହୋଇଥିଲା। ଗତ ୧୯୯୪ ମସିହା ଏପ୍ରିଲ ୧୨ ତାରିଖରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ସମାନ ତାରିଖରେ କୌଣସି ଦିନର ସର୍ବୋଚ୍ଚ ତାପମାତ୍ରା ନୂଆ ରେକର୍ଡ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ କରି ସୂଚନା ପ୍ରଦାନ କରିଛି।

Comments are closed.