ରାଜଧାନୀ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର – ଆଜି ହେଉଛି ରାଜଧାନୀ ଭୁବନେଶ୍ଵରର ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.