ବିଜେଡିରେ ସାମିଲ ହେଲେ ଦେବଗଡ଼ ବିଜେପି ସଭାପତି ମୀନକେତନ ପ୍ରଧାନ 

ଭୁବନେଶ୍ୱର – ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ ବିଜେଡିରେ ଯୋଗ ଦେଇଛନ୍ତି । ନିଜର ସମର୍ଥକଙ୍କ ସହ ମୀନକେତନ ବିଜେଡିରେ ସାମିଲ ହୋଇଛନ୍ତି। ୧୯୯୦ ମସିହାରୁ ବିଜେପିରେ ଥିଲେ ମୀନକେତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ମୀନକେତନ । ବିଜେଡିର ମିଶ୍ରଣ ପର୍ବରେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.