ହାଇସ୍କୁଲ ଠିକା ଶିକ୍ଷକଙ୍କ ନିଯୁକ୍ତି ନିୟମିତ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା 

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଚୁକ୍ତିଭିତ୍ତିକ ଓ ଇନିସିଆଲ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବାକୁ ଘୋଷଣା କରିଛନ୍ତି ସରକାର । ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ବିଭାଗର ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ,୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ଇନିସିଆଲ ଆପଏଣ୍ଟମେଂଟ ପାଇଥିଲେ ସେମାନଙ୍କ ଚାକିରି ଓଡ଼ିଶା ଗ୍ରୁପ-ବି,ସି,ଡି ପଦବୀ(ଉଚ୍ଛେଦ ଓ ସ୍ୱତନ୍ତ୍ର ପ୍ରାବଧାନ) ରୁଲସ-୨୦୨୨ ଆଧାରରେ ନିୟମିତ ହେବ । ନିଯୁକ୍ତି ବର୍ଷ ଓ ମେରିଟ୍ ଲିଷ୍ଟ ଅନୁସାରେ ଶିକ୍ଷକମାନଙ୍କର ବରିଷ୍ଠତା ବିବେଚନା କରାଯିବ । ସେହିପରି ଯେଉଁ ଶିକ୍ଷକମାନେ ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିିଭିତ୍ତିକ ନିଯୁକ୍ତି) ରୁଲସ-୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ ତଥା ସେମାନେ ଏହି ରୁଲସ୍ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ୬ବର୍ଷ ଚାକିରି ପୂରଣ କରିନଥିଲେ ସେମାନଙ୍କ ଚାକିରିର ନିୟମିତ ଅବଧି ଗଣଶିକ୍ଷା ବିଭାଗ ୨୦୦୮ ଓ ୨୦୧୧ ମସିହାର ବିଜ୍ଞପ୍ତି ଆଧାରରେ ବିବେଚନା କରାଯିବ ।

Comments are closed.