ବିଶ୍ୱର ଉତ୍ତପ୍ତ ସହର ମଧ୍ୟରେ ବାରିପଦା ଶୀର୍ଷରେ!

ଭୁବନେଶ୍ୱର- ଗତକାଲି ବିଶ୍ଵର ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାର ବାରିପଦା ଶୀର୍ଷରେ ଥିଲା । ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଗତକାଲି ବାରିପଦା ବିଶ୍ବର ସର୍ବାଧିକ ଉତ୍ତପ୍ତ ସହର ଥିଲା ।

ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଏଲଡରାଡୋ ପକ୍ଷରୁ ଏହି ତଥ୍ୟ ମିଳିଛି । ୪୩.୨ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ବିଶ୍ବରେ ଦ୍ବିତୀୟ ଉତ୍ତପ୍ତ ସହର ଥିଲା । ଆଫ୍ରିକୀୟ ଦେଶ ସେନେଗାଲର କୋଲଦା ୪୩ ଡିଗ୍ରୀ ସହ ତୃତୀୟ ସ୍ଥାନରେ ଥିଲା । ଓଡ଼ିଶାର ଅନ୍ୟ ସହର ମଧ୍ୟରେ ୪୨.୫ ସହ ଅନୁଗୁଳ ଷଷ୍ଠ ଓ ଟିଟିଲାଗଡ଼ (୪୨.୨) ଏକାଦଶ ସ୍ଥାନରେ ଥିଲା ।

Comments are closed.